ORIYAs OF THE WORLD, HERE IS THE BEST POEM ON RAJA THIS YEAR

Subhas Chandra Pattanayak

Orissa, the splendid land of agriculture, celebrates Raja, the most effervescent festival of agro-magic when the young clouds embrace the Earth. Raja Sankranti is, therefore, called the Mithuna Sankranti, the Time’s tryst for copulation. Mother Earth, in our imagination comes to menstrual cycle and uses her magic to produce new plants that provide us with the food we need. Being an agricultural society, from ancient times, we in Orissa have been celebrating this festival sans any status divide.

Eminent intellectual and thinker, Trilochan Panda has posted a poetic tribute to this great festival in his Facebook timeline. To me, this is the best depiction of our most magnificent tradition. Our brothers and sisters, our children, spread all over the world, will benefit by knowing how this unique festival was being celebrated till yesterday. And, may we dream to give it back its lost luster.

Hence, here I post the poem.

ସଜବାଜ ଆଜି ରଜ ପାଇଁ ଘରେ
ପୁରୁଣା ଦିନର ପୁଲକ ନାହିଁ
ନୂଆ ରଜ ଲାଗେ କଥାରେ ଫୁଟୁଛି
ବେଶ ଟିକେ ଅଛି ବାସନା ନାହିଁ॥୧

ଘର ଲେଉଟିବା ଦିନ ଥିଲା ରଜ
ବିଦେଶ ବାସିନ୍ଦା ଯେତେକ ଲୋକ
ଝିଅ ଝିଆଣୀଂକ ଗହଳି ଚହଳି
ହସର ଲହରୀ ପିଠା ମହକ॥୨

ଘର ବାଡିପଟେ ଦୋଳି ଲାଗିଥିବ
ଭାଇ ବାନ୍ଧିଥିବେ ପୂରା ପରଖି
ସୁନାନାକୀ ଗେହ୍ଲା ଭଉଣୀ ଯେମିତି
ସାଂଗ ଧରି ଖେଳି ହୋଇବ ସୁଖୀ॥୩

ପାନ ମସଲାରେ ଘର ବାସୁଥିବ
ନାଲିଥୁକ ମେଳା ଅଗଣା ସାରା
ଟାହି ଟାପରାର ରୋଳ ଉଠୁଥିବ
ବୟସ ବିଚାର ମୁକୁଳା ତାଲା॥୪

ପଶା ମେଲିଥିବ ପ୍ରତି ଘର ପିଣ୍ଢା
ଦାଣ୍ଡିଆ ବାଗୁଡି ଯୋଡିନାଗରା
ତାଳେ ଶୁଭୁଥିବ କିତିକିତି ରାହା
ମଜା ନେଉଥିବେ ଗାଆଁଟା ସାରା॥୫

ତିନିଦିନ ଯିବ ଏମିତିରେ ବିତି
ବାସି ପୋଡପିଠା ନଥିବ ସରି
ବସୁଧା ଗାଧୁଆ ଦିନ ଆସିଯିବ
ଅକୁହା ଆନଂଦ ଯିବ ମଉଳି॥୬

ତାଲାଦିଆ ପ୍ରାଣ ସହରୀ ଜୀବନ
ପ୍ରସବ ବେଦନା ବୁଝେକି ବାଂଝ
ମୃତ ଶରୀରରେ ସଂଜୀବନୀ ରଜ
ସହରୀ ଜୀବନେ ସାଜିଛି ବୋଝ॥୭

ବିଦେଶୀ ସଂସ୍କୃତି ବୋଝ ବୁହା ମଥା
ବେଦନା ପାଉଛି ଶୁଣିଲେ ରଜ
ଦୋକାନୀ ହାତରୁ ପାନ ଖଣ୍ଡେ ଖାଇ
ହସି କହେ ଆହା କି ମଉଜ!!୮
————————–
ଯୋଗାଯୋଗ … ୯୪୩୯୧୯୭୫୬୦

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.