Versing Voice of the Proletariat, Rabi Singh, cremated with State Honor

Subhas Chandra Pattanayak
Revolutionary poet Rabi Singh, whose verses were the voice of the proletariat passed away Sunday morning to the total disheartening of the entire State of Orissa. He was cremated with total State Honor at Sati Chaura, the famous crematorium in Cuttack where Orissa’s many men of letters have taken their last rest.

An avowed adversary of Brahminical order, he never believed in Heaven after death. I am posting below his poem IHAKALAR KABITA (Poetry of life in the world).

ଇହକାଳର କବିତା
ରବି ସିଂ

‘ପରକାଳେ’ ମୋର ବିଶ୍ଵାସ ନାହିଁ, ପରକାଳ ମରୀଚିକା,
ଇହକାଳେ କବି ଦେଖିଲି ଯେ ଛବି ପଶୁତାର ବିଭୀଷିକା ,
ସେହି ବିଭୀଷିକା ମଣିଷ ତିଆରି
ବିରୁଦ୍ଧେ ତାର ବିଦ୍ରୋହ କରି
ବେସାଲିସଭାବେ ଯେହେତୁ ଆସିଲି, ସେହି ହେତୁ ମୋତେ ଭାଲୁ
ଧରାଇବା ପାଇଁ ଧର୍ମଭଣ୍ଡ ପେଲ ‘ପରକାଳ’ ଗାଲୁ ।

ପରକାଳ ବୋଲି କିଛି ନାହିଁ, ନାହିଁ ଧର୍ମ ଓ ଭଗବାନ,
ସବୁ ତ ତମର ମନଗଢ଼ା କଥା ହେ ଭିକାରି ବ୍ରାହ୍ମଣ !
ଯାଜକ ପୂଜକ ପଣ୍ଡାର ଦଳ,
ମୁଲ୍ଲା, ଫକୀର, ତମେ ସବୁ ଚୋର,
ତମ ମନ୍ଦିର,ଗୀର୍ଜା,ମଜିତ୍,ଜଣାଣ,ନମାଜ୍ ଯେତେ
ସବୁ ଖାଲି ଏକ ଅବରୋଧ ସିନା ମାନବ ମୁକ୍ତି ପଥେ ।

ତମେ କୁହ “ଏଇ ପୃଥିବୀ ନରକ, ସ୍ଵର୍ଗେ ରହିଛି ସବୁ
ଜୀବନଟା ଖାଲି ଦି’ଦିନର ଖେଳ, ମିଛ ମାୟା ଆରେ ବାବୁ ।
ଇହକାଳେ ସବୁ ସହି ଯା ନୀରବେ
ପରକାଳେ ସୁଖ ପାଇବୁ ଟି ଯେବେ
ଦିନରାତି ଖାଲି କାମ କରି ଯାଆ, ଭାବ ନାହିଁ ମୂଲ କଥା ,
ଦେଲାବାଲା ଦେବ , ତୋ କଥା ବୁଝିବ , ଘୂରାଉ କାହିଁକି ମଥା?”

ରକ୍ତେ ରକ୍ତେ ଏଇ ପଙ୍ଗୁତା ଦେଇଅଛ ତମେ ଭରି
ଧନତନ୍ତ୍ରର ତମେ ଭଡ଼ାଟିଆ, ରଖିଅଛ ନିଶ ଦାଢ଼ି ।
କପାଳରେ କାଟି ଚିତା ଚଇତନ
ଚେତନାକୁ କର ପଛୁ ଦଂଶନ
ଯେତେ ଯାବତୀୟ ପାପର ବାହକ ତମେ ମହାସଇତାନ,
‘ସ୍ଵର୍ଗ’ରେ ଯେବେ ସବୁ ଅଛି, ତେବେ ଏଠି କିଆଁ କୀର୍ତ୍ତନ?

ପଳାଅ ତମର ‘ପରଲୋକେ’ ଆଉ ‘ସ୍ଵର୍ଗ’ ଯେଉଁଠି ଅଛି,
‘ଧରାର ନରକେ’ ସଂଗ୍ରାମ ଛଡ଼ା ନାହିଁ ତ ନାହିଁରେ କିଛି ।
ଲଢ଼ିବା, ହାରିବା, ପୁଣି ଲଢ଼ିବା
ଅକଲ୍ୟାଣକୁ ଭାଙ୍ଗି ଗଢ଼ିବା
ଆଗକୁ ମାଡ଼ିବା, ପଛକୁ ହଟିବା, ପୁଉଣି ପଡ଼ିବା କୁଦି,
ମାନବ ଜାତିର ଇତିହାସ ହେଲା ଶ୍ରେଣୀସଂଗ୍ରାମ ବେଦି ।

ଏଇ ସଂଗ୍ରାମେ ମଣଷ ଜିତିବ, ଜଳିବ ରକ୍ତତାରା
ପଦାଘାତେ ତାର ଭୁଶୁଡ଼ି ପଡ଼ିବ ଶୋଷଣବାଦର କାରା ।
ସମାଜ-ସିଂହାସନରେ ପୂଜିତ
ମେହନତୀ ମଣିଷର ମେହନତ-
ହେବାକୁ ବାଧ୍ୟ, ଦିନେ ନାହିଁ ଦିନେ, ଆଜି ବି ନହେଲେ କାଲି,
ପାହିବ ରାତ୍ରି, ଉଇଁବ ସୂର୍ଯ୍ୟ, ଆକାଶ ହୋଇବ ନାଲି ।

ତମ ‘ଭଗବତ ଗୀତା’ ଯା କହିଛି ସେ କଥାକୁ ହେଲେ ମାନ ।
ନାରାୟଣ ଯଦି ହେଲେ ଶ୍ରୀକୃଷ୍ଣ , ଜନତା ତ ଅର୍ଜୁନ ।
ଶୋଷକ, ଶାସକ ଏ ଯେ କୌରବ
ଏମାନେ ଖତମ୍ ହେବା ଗୌରବ
ମଲେ ବି ଏମାନେ ତଥାପି ଜୀବିତ, ଆତ୍ମା ଆମର ସିନା,
ତମ ‘ଥିଓରି’ରେ ଅର୍ଜୁନ ଯିଏ ‘ନିମିତ୍ତ’ ସିଏ କି ନା !

ଆଜି ଧରଣୀରୁ ଧନିକ, ବଣିକ, ସେଠ ସାହୁକାର ଜାତି
ମୂଳପୋଛ ହେବା ପଡ଼େ ଦରକାର, ଆବଶ୍ୟକତା ଅତି ।
ନିୟୁତ ନିୟୁତ ବୀର ଅର୍ଜୁନ
ରଚେ ଯେବେ ତାର ଶେଷ ଅଭିଯାନ,
ସେତେବେଳେ ତମେ ଧର୍ମଭଣ୍ଡ , ଚିତ୍କାର କର କିଆଁ ?
ମାନବଧର୍ମ ରକ୍ଷା ପାଇଁ ଟି ଏ ମହାସମର ନିଆଁ

ଜଳେ ହୁତୁହୁତୁ, ଉଠେ ଧୂମକେତୁ ବିଶ୍ଵାକାଶର ବୁକେ
ଏକ ପାଖେ ନର-ନାରାୟଣ ପୁଣି ଦେଖ କିଏ ଆରପାଖେ ।
ନାରାୟଣୀ ସେନା, ସବୁ ଭଡ଼ାଟିଆ
କପାଳେ ତାଙ୍କ ପରାଜୟ ଥୁଆ
ସେ ପରାଜୟର ତମେ ପ୍ରତିନିଧି, ଏପାଖେ ଗୁପ୍ତଚର,
ତମେ ସବୁ ଯେତେ ଫାଶିର ଆସାମୀ, ଚୋର ପୁଣି ତସ୍କର

ପଳାଅ, ପଳାଅ ଇହଲୋକ ଛାଡ଼ି ‘ପରଲୋକେ’ ଯେତେ ସାଧୁ
ଇହଲୋକ ଆଜି ଅଗ୍ନିଦଗ୍ଧ , ଚାରିଆଡ଼େ ଜଳେ ଧୁ ଧୁ ।
ଜୀବନ-ମରଣ ଏଠି ମୁଖାମୁଖୀ
‘ସ୍ଵର୍ଗ’ରେ ଯାଇ ହୁଅ ବାବା ସୁଖୀ,
ନ ଗଲେ ମରିବ ଗୁଳିର ଆଘାତେ, ଖାଇ ସଙ୍ଗୀନ ଭୁଷା ,
ଏବେ ବି ରହିଛି ପଳାୟନ ପଥ, ଛାଡ଼ ଏ ଘୃଣ୍ୟ ପେଷା । (ତା ୮.୯.୧୯୭୩)

ଏହି କବିତା ଉଦ୍ଧାର କରି ସାଥୀ ରବି ସିଂଙ୍କୁ ଆମେ ଜଣାଉଛୁ ଆମ ହୃଦୟରେ ସବୁଦିନ ବଞ୍ଚି ରହିବାକୁ ନୀରବ ନିବେଦନ ।

Posted by

ORISSA MATTERS is based on the declaration of its founder Subhas Chandra Pattanayak that journalists would write, as the people have the right to be informed. Anybody/any institution affected by any writing may move online editor Saswat Pattanayak, who would arbitrate thereupon without any prejudice to the ultimate authority of the founder.

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.