ଦାନାର ତୋବଡା

Sale!

200.00 150.00

ଓଡ଼ିଆ ଜାତି କାର୍ଯ୍ୟକ୍ଷେତ୍ରରେ ତାର ମାତୃଭାଷା ପ୍ରୟୋଗର ଅଧିକାର ହାସଲ କରିବା ପାଇଁ ସୃଷ୍ଟି କରିଛି ଓଡ଼ିଶା ପ୍ରଦେଶ । ସମଗ୍ର ଓଡ଼ିଶାରେ ଓଡ଼ିଆ ଭାଷା କାର୍ଯ୍ୟଭାଷା ହେବ ବୋଲି ଆଇନ ହୋଇଛି ୧୯୫୪ରେ କିନ୍ତୁ ଇଂରାଜୀମନସ୍କ ଶାସନତନ୍ତ୍ର ଏହା କରାଇଦେଉନାହିଁ । କାର୍ଯ୍ୟଭାଷା ହୋଇନପାରି ଏହି ମହାନ ଭାଷା ଘୋର ସଙ୍କଟର ସମ୍ମୁଖୀନ । ଏହି ବିପଦରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ ୨୦୧୬ ଉତ୍କଳ ଦିବସରେ ପ୍ରତିଷ୍ଠା ହୋଇଥିଲା ଭାଷା ଆନ୍ଦୋଳନ, ଯାହା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଶୈଳୀରେ ନୀରବ କଳାପତାକା ଅଭିଯାନ ଚଳାଇ ସାମାଜିକ ଆନ୍ଦୋଳନର ଏକ ଅନନ୍ୟ ଆଦର୍ଶ ସ୍ଥାପନ କରିଛି ଅଥଚ ଓଡ଼ିଶା ସରକାର ନିଜର ଭୁଲ ସୁଧାରିବା ପରିବର୍ତ୍ତେ ସୁପରିଖିଆ ଆତତାୟୀ ନିଯୁକ୍ତ  କରି ଏହି ଆନ୍ଦୋଳନକୁ ନିଷ୍ଫଳ କରାଇବାକୁ ଚେଷ୍ଟା ଚଳାଇଛନ୍ତି  ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏହି ପୁସ୍ତକରେ ସେହି ଘୋର ଷଡ଼ଯନ୍ତ୍ରର  ପ୍ରାମାଣିକ ତଥ୍ୟ ଦେଇ ପଚାରିଛନ୍ତି, ତାଙ୍କର ଯେଉଁ ସହକର୍ମୀ ପେଟ ବିକଳରେ ପଥ ହୁଡ଼ିଛନ୍ତି ସେମାନେ କେବଳ ଦୋଷୀ କି ଯେଉଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ମୁହଁରେ ଦାନାର ତୋବଡ଼ା ବାନ୍ଧିଦେଇଛନ୍ତି ସେ ଦୋଷୀ ?

Categories: ,

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.